Meghare Megha Odia Lyrics – The Ultimate Evergreen Song from Neijare Megha Mate (2008)

Play Audio of Meghare Megha Odia Song

YouTube Audio Player
Meghare Megha Odia Lyrics
Meghare Megha Odia Lyrics

ମେଘରେ ମେଘ ବତା ତୁ ଦିଗ
କୁଆଡେ ଯିବରେ ମୋ ପାଦ ଆଗ
ସେଇବାଟ ଅଛି ହେଲେ ସେ ପାଦ ନାହିଁ
ସେଇ ସ୍‌ମୃତି ଅଛି ହେଲେ ସେ ସାଥ୍‌ ନାହିଁ
ଲୁଚିଛି ନ ରୁଷିଛି ସେ କରିଚି ରାଗ
ମେଘରେ ମେଘ ବଦଳା ଦିଗ
ହଜିଲା ଦିନ ମୋ ଖୋଜିଦେ ଆଗ
ସେଦିନକୁ ଝୁରେ ଏ ମନ କାଇଁ
ଏ ଆଖ୍ ଯାହାକୁ
ଖୋଜେ ସେ ମୁହଁ କାହିଁ
କାହାସାଥେ ଦେବି କହ ଆଜି ମୁଁ ସାଙ୍ଗ
ମେଘରେ ମେଘ ବତା ତୁ ଦିଗ
କୁଆଡେ ଯିବରେ ମୋ ପାଦ ଆଗ

କାଗଜର ଡଙ୍ଗା ବରଷା ପାଣି
ଖୋଜିପାଉନି ମୁଁ କିଏ ଦବ ଆଣି
ମନେପଡେ ଆଜି ସେଇ କାହାଣି
ତା କଣ୍ଡେଇ ରାଜା ମୋ କଣ୍ଢେଇ ରାଣୀ
ସେଇ କଣ୍ଡେଇକୁ କିଏ ନେଲା ଚୋରେଇ
ଜାଣିଶୁଣି କି ବା ସିଏ ଗଲା ଦୂରେଇ
ହସ ନାହିଁ ଲୁହ ନାହିଁ
ଇଏ କି ପାଗ
ମେଘରେ ମେଘ ବଦଳା ଦିଗ
ହଜିଲା ଦିନ ମୋ ଖୋଜିଦେ ଆଗ

ଭାଙ୍ଗିଦବା ପାଇଁ ଆସେ ଲହଢି
ଖେଳୁଥୁଲି ପରା ବାଲିଘର ଗଢି
ଆଶା ଆକାଶରେ ଯିବାକୁ ଛିଡି
ଉଡିଥିଲା କି ବା କାଗଜଗୁଡି
କାଗଜଗୁଡିକୁ ଦେଲା ଛିଡେଇ
ସେଇ ଖେଳ ଗଲା ଖେଳରେ ରହି
ମୋ ଖୁସିରୁ ଆଉ କିଏ ନେଲା କି ଭାଗ
ମେଘରେ ମେଘ ବତା ତୁ ଦିଗ
କୁଆଡେ ଯିବରେ ମୋ ପାଦ ଆଗ
ମେଘରେ ମେଘ ବଦଳା ଦିଗ
ହଜିଲା ଦିନ ମୋ ଖୋଜିବେ ଆଗ
Meghare Megha Odia Lyrics – The Ultimate Evergreen Song from Neijare Megha Mate (2008)

🎶 Song Credits

  • 🎤 Singers: Suresh Wadkar & Ira Mohanty
  • 📺 Media Partner: Sidharth TV
  • 🌟 Actors: Anubhav & Barsha

Enjoy this melodious track brought to life by soulful voices and captivating performances! 🎵💖

Leave a Comment

Your email address will not be published. Required fields are marked *

Scroll to Top